- ଶିକ୍ଷାର୍ଥୀମାନଙ୍କୁ ଓକେସିଏଲ୍ର ଅଧିକୃତ ଶିକ୍ଷଣ କେନ୍ଦ୍ରକୁ (ଏଏଲ୍ସି) ଯିବା ଉଚିତ I
- ଶିକ୍ଷାର୍ଥୀ ଓକେସିଏଲ୍ର ଅଧିକୃତ ଶିକ୍ଷଣ କେନ୍ଦ୍ରକୁ (ଏଏଲ୍ସି) ଯାଇ ସେଠାରେ ନିର୍ଦ୍ଦିଷ୍ଟ ଫି ସହିତ ଆବେଦନ ଫର୍ମକୁ ପୂରଣ କରିବେ I
- ଆଡ୍ମିଶନ୍ କରିବା ସମୟରେ ନିମ୍ନଲିଖିତ ଡକ୍ୟୁମେଣ୍ଟଗୁଡ଼ିକ ନେଇଆସିବା ଜରୁରୀ:
- ଶିକ୍ଷାର୍ଥୀ ଦ୍ୱାରା ସାଇନ୍ ହୋଇଥିବା ଫଟୋ ପରିଚୟ ପତ୍ରର ଜେରକ୍ସ I
- ଗୋଟିଏ ପାସ୍ପୋର୍ଟ୍ ଫଟୋ (ରଙ୍ଗୀନ, କଳା ଏବଂ ଧଳା)
- ଥରେ ଶିକ୍ଷାର୍ଥୀ ନିଜର ସମସ୍ତ ବିବରଣୀ, ଜରୁରୀ ଡକ୍ୟୁମେଣ୍ଟ ଏବଂ ନିର୍ଦ୍ଦିଷ୍ଟ ଫି ସହିତ ଜମା କରିସାରିଲା ପରେ ଓକେସିଏଲ୍ ଅଧିକୃତ ଶିକ୍ଷଣ କେନ୍ଦ୍ର (ଏଏଲ୍ସି) ସମନ୍ଵୟକାରୀ ଶିକ୍ଷାର୍ଥୀଙ୍କର ସମସ୍ତ ବିବରଣୀ ଓକେସିଏଲ୍ର ସଫ୍ଟୱେର୍ରେ ଡାଟା ଅପଲୋଡ୍ କରିବେ I ଓକେସିଏଲ୍ ଅଧିକୃତ ଶିକ୍ଷଣ କେନ୍ଦ୍ର (ଏଏଲ୍ସି) ସମନ୍ଵୟକାରୀ ଏଲ୍ଆଇଭିଆର୍ (ଶିକ୍ଷାର୍ଥୀ ସୂଚନା ଯାଞ୍ଚ ରିପୋର୍ଟ) ସହିତ ଫି ରସିଦ୍ ଜମା କରିବେ I
- ଏଲ୍ଆଇଭିଆର୍ ଡକ୍ୟୁମେଣ୍ଟ୍ରେ ଏହି ସୂଚନା ରହିଥାଏ:
- ଶିକ୍ଷାର୍ଥୀଙ୍କର ବ୍ୟକ୍ତିଗତ ସୂଚନା
- ଇରା (ସମସ୍ତଙ୍କ ପାଇଁ ଇ ଲର୍ଣ୍ଣିଂ ରିଭୋଲ୍ୟୁସନ୍) ଲଗ୍ଇନ୍ ଏବଂ ପାସ୍ୱାର୍ଡ୍
- ସେଣ୍ଟର ବିବରଣୀ
- ପାଠ୍ୟକ୍ରମ ବିବରଣୀ
- ଶିକ୍ଷାର୍ଥୀ ସୂଚନାଗୁଡ଼ିକ ଏଲ୍ଆଇଭିଆର୍ ଡକ୍ୟୁମେଣ୍ଟ୍ରେ ଦେଖିବେ ଏବଂ ସ୍ଵାକ୍ଷର କରି ଓଏସ୍-ସିଆଇଟି ଅଧିକୃତ ଶିକ୍ଷଣ କେନ୍ଦ୍ର (ଏଏଲ୍ସି) ସମନ୍ୱୟକାରୀଙ୍କୁ ଫେରସ୍ତ କରିବେ I
- ଓକେସିଏଲ୍ ଅଧିକୃତ ଶିକ୍ଷଣ କେନ୍ଦ୍ର (ଏଏଲ୍ସି) ସମନ୍ୱୟକାରୀ ଓଏସ୍-ସିଆଇଟି ପୁସ୍ତକ (ଷ୍ଟଡି ମ୍ୟାଟେରିଆଲ୍) ଦେବେ ଯାହାର ଦାମ୍ ଫି ମଧ୍ୟରେ ଅନ୍ତର୍ଭୁକ୍ତ I ଶିକ୍ଷାର୍ଥୀ ଦ୍ୱାରା ମନୋନୀତ ମଧ୍ୟମ ଅନୁଯାୟୀ ପୁସ୍ତକ ପ୍ରଦାନ କରାଯାଏ (ଇଂରାଜୀ, ଓଡ଼ିଆ) I
- ଶିକ୍ଷାର୍ଥୀମାନେ ସୂଚନା ଯାଞ୍ଚ ରିପୋର୍ଟ ଡକ୍ୟୁମେଣ୍ଟ୍ (ଏଲ୍ଆଇଭିଆର୍) ଏବଂ ଷ୍ଟଡି ମ୍ୟାଟେରିଆଲ୍, ପାଇସାରିଲା ପରେ ଶିକ୍ଷାର୍ଥୀମାନେ ସମସ୍ତ ଇଲର୍ଣ୍ଣିଂ ରିଭୋଲ୍ୟୁସନ୍ (ଇରା) ପଢ଼ିବା ପାଇଁ ଉପଯୁକ୍ତ I ଏଲ୍ଆଇଭିଆର୍ ଡକ୍ୟୁମେଣ୍ଟ୍ରେ ଲେଖାଯାଇଥିବା ଆଇଡି ଏବଂ ପାସ୍ୱାର୍ଡ୍କୁ ବ୍ୟବହାର କରି ପଢ଼ିବା ଆରମ୍ଭ କରିପାରିବେ I