ଶିକ୍ଷା ବିକଳ୍ପଗୁଡ଼ିକ
ଓଏସ୍-ସିଆଇଟି ଦୁଇଟି ମୋଡ୍ରେ ଉପଲବ୍ଧ I ଗୋଟିଏ ହେଉଛି ଆଇଟି ସଚେତନତା, ଯାହାକି ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ୍ କ୍ଷେତ୍ରରେ ଚାକିରି ପ୍ରସ୍ତୁତ ଏବଂ ଆତ୍ମ ନିଯୁକ୍ତି ଯୋଗ୍ୟତା ପାଇଁ ପ୍ରସ୍ତୁତ କରେ ଏବଂ ଅନ୍ୟଟି ହେଉଛି ଚାକିରି ପ୍ରସ୍ତୁତି, ଯାହା ଛାତ୍ରଛାତ୍ରୀମାନଙ୍କୁ ଦ୍ରୁତ ଗତିରେ ବଢ଼ୁଥିବା ଆଇଟି ୱାର୍ଲ୍ଡରେ ଡିଜିଟାଲ୍ ଦକ୍ଷତା ଶିକ୍ଷା ଦେଇଥାଏ I ନିମ୍ନରେ ଉଭୟ ମୋଡ୍ର ତଥ୍ୟ ବିସ୍ତୃତ ଭାବରେ ଦିଆଯାଇଛି I
ବିଶେଷ | ଆଇଟି ସଚେତନତା | ଚାକିରି ପ୍ରସ୍ତୁତି |
---|---|---|
ପାଠ୍ୟକ୍ରମ ପାଇଁ ପ୍ରଯୁଜ୍ୟ |
|
|
ଶିକ୍ଷା ପଥ | ଓଏସ୍-ସିଆଇଟିର ଆଇଟି ସଚେତନତା ପାଠ୍ୟକ୍ରମରେ ଏକ 'ଫିକ୍ସଡ୍ ପାଥ୍’ କଣ୍ଟେଣ୍ଟ୍ ଅଛି, ଏହା ମୂଲ୍ୟାଙ୍କନ ଦ୍ୱାରା ଆହ୍ୱାନ ଏବଂ ଏକ ଅଧିବେଶନ ଶେଷ ପରୀକ୍ଷା ଅନ୍ତର୍ଭୁକ୍ତ I | ଓଏସ୍-ସିଆଇଟିର ଚାକିରୀ ପ୍ରସ୍ତୁତତା ପାଠ୍ୟକ୍ରମରେ ଏକ କଣ୍ଟେଣ୍ଟ୍ ଅଛି ଯାହା ଚ୍ୟାଲେଞ୍ଜ ଏବଂ ଅଭ୍ୟାସ ପ୍ରଶ୍ନ ସ୍ୱୟଂ ଶିକ୍ଷଣ ପାଇଁ ଅନୁସରଣ କରେ I |
କେସ୍ ଷ୍ଟଡିଗୁଡ଼ିକ | ଓଏସ୍-ସିଆଇଟି ଆଇଟି ସଚେତନତା ପାଠ୍ୟକ୍ରମରେ, ବିଦ୍ୟାଳୟ ଏବଂ ଜୁନିୟର କଲେଜଗୁଡ଼ିକର ଶିକ୍ଷାର୍ଥୀମାନଙ୍କୁ ଦୃଷ୍ଟିରେ ରଖି ଅଫିସ୍ କେସ୍ ଷ୍ଟଡି ଦିଆଯାଇଛି I | ଓଏସ୍- ସିଆଇଟି ଚାକିରି ପ୍ରସ୍ତୁତି ପାଠ୍ୟକ୍ରମରେ, ଅଫିସ୍ କେସ୍ ଷ୍ଟଡି ଅଧ୍ୟୟନ ଚାକିରି ପାଇଁ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯାଇଛି I |
ମୂଲ୍ୟାଙ୍କନର ସ୍ତରଗୁଡ଼ିକ | ଓଏସ୍-ସିଆଇଟି ଆଇଟି ସଚେତନତା ପାଠ୍ୟକ୍ରମରେ, ଅଫିସ୍ ସ୍କିଲ୍ ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକ ଡିଫିକଲ୍ଟି ସ୍ତର ନିମ୍ନ ଏବଂ ମଧ୍ୟମ ରହିଛି I | ଓଏସ୍-ସିଆଇଟି ଚାକିରି ପ୍ରସ୍ତୁତି ପାଠ୍ୟକ୍ରମରେ, ଅଫିସ୍ ଦକ୍ଷତା ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକ ଡିଫିକଲ୍ଟି ସ୍ତର ମଧ୍ୟମ ଏବଂ ଉଚ୍ଚ ରହିଛି I |
କେନ୍ଦ୍ରରେ ଓଏସ୍-ସିଆଇଟି
ଓଏସ୍-ସିଆଇଟି ଶିକ୍ଷା - ଅଧିକୃତ ଶିକ୍ଷଣ କେନ୍ଦ୍ରରେ ଶିକ୍ଷା ଦିଆଯିବ I
ଓଏସ୍-ସିଆଇଟି ପାଠ୍ୟକ୍ରମ କଣ୍ଟେଣ୍ଟ୍ - ଶ୍ରେଣୀଗୃହ ଏବଂ ଲ୍ୟାବ୍ କଣ୍ଟେଣ୍ଟ୍ ଅଧିକୃତ ଶିକ୍ଷଣକେନ୍ଦ୍ରରେ ଉପଲବ୍ଧ ହେବ I
ଇଣ୍ଟରନେଟ୍- ଅଧିକୃତ ଶିକ୍ଷଣ କେନ୍ଦ୍ରର ଶିକ୍ଷଣ ସହଯୋଗଦାତା ଅଧିକୃତ ଶିକ୍ଷଣ କେନ୍ଦ୍ରର ଇଣ୍ଟରନେଟ୍ ମାଧ୍ୟମରେ ସ୍କୋରକୁ ଅପଡେଟ୍ କରିବେ I